ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ : ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ

  • Sep 14, 2023
Odisha News:Naveen

 ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । କାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ସଂଧ୍ୟାରେ ବୈଠକ ବସିବ । ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ୍‌କୁ ଅନୁମୋଦନ ମିଳିପାରେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାଲି ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ। ତେବେ ଆସନ୍ତାକାଲି ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ । ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହାପୂର୍ବରୁ ବସୁଥିବା ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକରେ କି ନିଷ୍ପତ୍ତି ନିଆଯିବ ତା ଉପରେ ନଜର ରହିଛି । ତେବେ ଏହି ବୈଠକର କିଛି ପ୍ରମୁଖ ବିଷୟ ଉପରେ ମୋହର ବାଜିପାରେ ।

 

Author Image